କିଛି ପୁରୁଣା …କିଛି ନୂଆ

ପୁରୁଣା ପିଢ଼ି ଏବଂ ନୂଆ ପିଢ଼ି ମଧ୍ୟ ରେ ଅଛି ବହୁ ବ୍ୟବଧାନ. ନୂଆ ପିଢ଼ି ର ମନୋଭାବ, ଅଗ୍ରତା, ବ୍ୟଗ୍ରତା ଏବଂ ମତାମତ ସମ୍ପୂର୍ଣ ଅଲଗା ଓ ଭିନ୍ନ. ଏହାକୁ ଆମେ “ଜେନେରେସନ ଗ୍ୟାପ” କହି ଥାଉ. ଏହି ବିଷୟ ବସ୍ତୁ ଟି ଆଲୋଚନା ପାଇଁ ଅତ୍ୟନ୍ତ ଯୋଗ୍ୟ.

କାଲିକା କଥା ପରି ଲାଗେ, ଯେବେ ମନେ ପଡେ ମୋତେ ମୋ ପିଲାଦିନ କଥା. ମନେ ଅଛି କେମିତି ବର୍ଷକୁ ସେହି ଚାରୋଟି ପୂଜା ର ଅପେକ୍ଷ୍ୟା ରେ ମନ ଅସ୍ଥିର ଥାଏ. ଗଣେଶ ପୂଜା , ସରସ୍ଵତୀ ପୂଜା, ରଜ ଏବଂ କୁମାର ପୁର୍ଣିମା. ପିଠା ପଣା ପୂଜା ଅର୍ଚନା, କୋଳାହଳ  ସହିତ ବିଶେଷ ଆକର୍ଷଣ ଥାଏ ନୂଆ ଜାମା ପାଇଁ. ବର୍ଷକୁ ଏହି ଚାରି ଥର ନୂଆ dress କିଣା ହୁଏ. ଓହୋ, କି ଆନନ୍ଦ, କି ସୁଖ, ତାର କଳନା ନାହିଁ. ଆଜି ଏହି କଥା ଯେବେ ଝିଅ ଆଗେ ଗପେ, ତାକୁ ଗପ ଶୁଣିଲା ପରି ଲାଗେ. ସିଏ ମୋତେ ଆଶ୍ଚର୍ଯ୍ୟ ଚକିତ ନୟନରେ ପୁଲକିତ କରି ଦିଏ. ତା ମନରେ ବହୁ ପ୍ରଶ୍ନ, ‘ମାମା ର ଖାଲି ଚାରି ଥର ନୂଆ dress କଣ ପାଇଁ, ଏତେ ଖୁସି କଣ ସେହି ଚାରୋଟି ନୂଆ dress ପାଇଁ…ସିଏ ବା କଣ ବୁଝିବ. ଆଜିର ପିଲାମାନେ କିଛି ମାଗିବା ପୂର୍ବରୁ, ଆମେ ତାଙ୍କୁ ନୂଆ dress , bag, water bottle , ଚାରି ହଳ ଜୋତା ଏବଂ ଆହୁରି ଅନେକ ଜିନିଷ ଯୋଗାଇ ଦେଇଥାଉ.

ଶନିବାର ଆମ school ହୋଇଥାଏ ଅଧା ଛୁଟି ଏବଂ ରବିବାର ଟି ପୁରା. ତେଣୁ ଶୁକ୍ରବାର ସ୍କୁଲ ରୁ ଫେରିବା ପରଠୁ ମନ ଭାରି ଖୁଶି ଥାଏ. ସନ୍ଧ୍ୟା ବେଳେ ବୋଉ ର ପକୁଡି, ବାପୁ ଦୋକାନ ସିଙ୍ଗଡ଼ା କିମ୍ବା ସହିଦ ନଗର ଚାଟ ଖାଇ ଦେଇ ଫଟାଫଟ ପଢା ସାରି ଦିଏ. ରାତି ଆଠଟା ପାଇଁ ଅପେକ୍ଷ୍ୟା. ନାନୀ ଆଉ ବୋଉ ସଂଗେ ମିଶି ଚିତ୍ରହାର ଦେଖିବି. ଚାରୋଟି କିମ୍ବା ପାଞ୍ଚଟି ଗୀତ ଦିଏ. ସେଥିରେ ଯଦି ଗୋଟେ ନୂଆ ଗୀତ ଆସି ଯାଏ ତାହାଲେ ଅପୂର୍ବ ଆନନ୍ଦ ମିଳି ଥାଏ. ବୁଧବାର ମଧ୍ୟ ଚିତ୍ରହାର ଦିଏ. କିନ୍ତୁ ସପ୍ତାହ ମଝି, ପାଠ ପଢା ଏବଂ ବାପା/ବୋଉଙ୍କ ଭୟ ରେ TV ଖୋଲିବାକୁ ସାହସ ହୁଏ ନାହିଁ. ରବିବାର ସକାଳ ରେ ରଙ୍ଗୋଲି ଏବଂ ମହାଭାରତ ବେଳେ କାହା ଘରୁ ଶବ୍ଦ ଶୁଭେନି. ରବିବାର ଖରା ବେଳେ ଭାତ, ମାଂସ ଖାଇ ଦେଇ ଜଲଦି ଜଲଦି ବୋଉ କାମ ସାରି ସନ୍ଧ୍ୟା ବେଳେ ପୂଣି ମୁଢି/ପକୁଡି ପାଗ କରି ଦିଏ. ସମସ୍ତେ ତାଙ୍କ ଭାଗ ଧରି TV ସାମ୍ନା ରେ ବସି ଯାଉ ରବିବାର ସନ୍ଧ୍ୟା ର ସିନେମା ଦେଖିବାକୁ. କିଛି ଅପ୍ରୀତିକର ଦୃଶ୍ୟ ଥିଲେ ଭାରି ଅଡୁଆ ଲାଗେ ଆଉ ମଧ୍ୟ ବହୁ କଥା ବୁଝି ହୁଏ ନାହିଁ. ତଥାପି ରବିବାର ସନ୍ଧ୍ୟାର ସିନେମା ଦେଖାର ମଜା ବଡ ନିଆରା.

ବାର୍ଷିକ ପରୀକ୍ଷା ସରିଲା ପରେ କିମ୍ବା ରଜ ସମୟରେ କିଛି ସଂଘର୍ଷ କରି VCR ଟିଏ ଘରକୁ ଭଡା ରେ ଆସେ. ସେ ପୁଣି ଗୋଟିଏ ରାତି ପାଇଁ. ତେଣୁ ଭାଇ ଭଉଣୀ ମିଶି ସବୁ ଆୟୋଜନ କରିଥାଉ. ରାତି ଅନିଦ୍ରା ହୋଇ ତିନୋଟି କିମ୍ବା ଚାରୋଟି ସିନେମା ତ ନିଶ୍ଚୟ ଦେଖା ହେବ. ସେହି ମୁହୂର୍ତରେ  ଲାଗେ ଯେପରିକି  ବର୍ଷକ ଯାକର ତୃପ୍ତି ମିଳିଗଲା.

ହେଲେ ସମୟ ସ୍ରୋତ ରେ ଚିତ୍ରହାର, ରଙ୍ଗୋଲି, ଦୂରଦର୍ଶନ ଏବଂ VCR କଉଠି ଲୁପ୍ତ ହୋଇ ଯାଇଛି. ଆଜି କାଲି ର on -line ଦୁନିଆ ରେ ସମସ୍ତ ଆଶା ପୂରଣ ହୋଇ ଯାଉଛି ଆଙ୍ଗୁଳି ର କିଛି ଟି ସୁକ୍ଷ୍ମ ସ୍ପର୍ଶ ରେ. ନିଜ ଇଛା ଅନୁଯାଇ ଗୀତ, ସିନେମା, TV  ଧାରାବାହିକ, ଖେଳ  ଇତ୍ୟାଦି ମିଳି ଯାଉଛି ଅତି ସୁବିଧା ରେ ଏବଂ କିଂଚିତ ପରିଶ୍ରମ ରେ. Film ଟି release ହେବା ପୂର୍ବରୁ ତାହାର କାହାଣୀ, ଗୀତ, ସଂଳାପ ଆଦି ଆଜିର ଯୁବ ପିଢିର ମୁଖରେ ପରିପ୍ରକାଶ ପାଉଛି. ଯୁବ ପିଢ଼ି ପାଇଁ ସବୁ ଜିନିଷ “cool”. ତାଙ୍କର ପ୍ରତ୍ୟକେଟି ସମସ୍ୟା ର ସମାଧାନ ହେଲା Google. Makeup , fashion, style,  ଖାଦ୍ୟ ପାୟ ଠୁ ଆରମ୍ଭ କରି ପରୀକ୍ଷା ର ପ୍ରସ୍ତୁତି ପାଇଁ ମଧ୍ୟ Google ର ଲୋଡ଼ା . Greetings card ବିନିମୟ ଏବଂ inland letter ରେ ଚିଠି ଲେଖା ର ମଜା ଏହି ପିଢ଼ି ର ବୁଝାମଣା ପାଇଁ ସମ୍ଭବ ପର ନୁହେଁ.

ମନେ ହୁଏ ଯେପରିକି କିଛି ବର୍ଷ ବ୍ୟବଧାନ ରେ ବହୁ କିଛି ପରିବର୍ତନ ଘଟି ଯାଇଛି. ପରଟା ଭଜା, ଚୁଡା କଦଳୀ ର ସ୍ଥାନ ନେଇଛି oatmeal ଏବଂ pasta. ସାଙ୍ଗ ସାଥି ମେଳ ର ଧୂଳି ଖେଳ ପୁନଃ ସ୍ଥାପନ ହୋଇଛି online game ଦ୍ବାରା. ସବୁ ପିଢ଼ି ଭାବେ ତା ସମୟ ଟି ସବୁଠୁ ଭଲ ସମୟ ଥିଲା. କିନ୍ତୁ ମୋ ଦୃଷ୍ଟି ରେ, ଏତିକି କହିବି ଯେ ପ୍ରତି ସମୟ ର ମହତ୍ଵ ଭିନ୍ନ. ଦୁନିଆ ବହୁତ ଆଗେଇଛି ଏବଂ ଆହୁରି ଆଗେଇବ. ସବୁ ସେହି ସମୟ ହାତରେ.

ବୁଢା ଜେଜେ ବାଁକୁଲି ବାଡ଼ି ଧରି ଚାଲିଛି ତ ନାତି ଟୋକା ଧରିଛି selfie stick , ମାଡି ଚାଲ…                           

Seema Mohapatra (Dash)

   

 

Advertisements

One thought on “କିଛି ପୁରୁଣା …କିଛି ନୂଆ

Leave a Reply

Please log in using one of these methods to post your comment:

WordPress.com Logo

You are commenting using your WordPress.com account. Log Out /  Change )

Google+ photo

You are commenting using your Google+ account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

w

Connecting to %s